ଦିବ୍ୟଦିଗନ୍ତ ଅନୁଷ୍ଠାନ ଆୟୋଜିତ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ ଅନୁଷ୍ଠିତ
ଆଜି ନଭେମ୍ବର ୧୧ ତାରିଖ ଅପରାହ୍ନ ୪ ୩୦ମିନଟ ସମୟରେ "ଜୟଦେବ ଭବନ, ପ୍ରଦର୍ଶନୀ କକ୍ଷ " ପରିସରରେ ଦିବ୍ୟଦିଗନ୍ତ ଅନୁଷ୍ଠାନ ଆୟୋଜିତ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଇଂ ମନୋରଞ୍ଜନ ମିଶ୍ର, ସମ୍ପାଦକ, ଓଡିଶା ପରିବେଶ ସୋସାଇଟି, ସମ୍ମାନିତ ଅତିଥି ଇଂ ରୋଟାରିଆନ ଉମାକାନ୍ତ ପାଣି, ସଭାପତି ରୋଟାରୀ କ୍ଲବ ଅଫ ଭୂବନେଶ୍ବର ନର୍ଥ, ଶ୍ରୀଯୁକ୍ତ ସୁବ୍ରତ ପାଣିଗ୍ରାହୀ, ପରିବେଶବିତ ଓ ଇଂ ପ୍ରକାଶ ଜେନା, ପରିବେଶବିତ ଔଷଧିୟ ବୃକ୍ଷର ଗୁଣାତ୍ମକମାନ ଉପରେ ଆଲୋକପାତ କରିଥିଲେ ଅନୁଷ୍ଠାନର ସଦସ୍ୟ /ସଦସ୍ୟା ଯୋଗଦାନ କରିଥିଲେ ।